ମାନବିକ ଅଧିକାର

ପ୍ରତ୍ୟେକ ମନୁଷ୍ୟ ଜନ୍ମଗତ ଭାବେ କେତେକ ମୌଳିକ ଅଧିକାର ପାଇଥାଏ – ଏହିସବୁକୁ ମାନବିକ ଅଧିକାର କୁହାଯାଏ । ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ଅଧିକାର ଭୋଗ କରିବାର ଅଧିକାରୀ । ଓଡ଼ିଶାରେ ଆଦିବାସୀ, ଦଳିତ ଓ ମହିଳାମାନଙ୍କ ଅଧିକାର ସୁରକ୍ଷା ନିମନ୍ତେ ନିରନ୍ତର ସଂଘର୍ଷ ଚାଲିଛି । ଆସନ୍ତୁ, ମାନବିକ ଅଧିକାରର ପ୍ରାସଙ୍ଗିକତା ଓ ଏଥିରେ ଆମ ଭୂମିକା ବିଷୟରେ ଜାଣିବା ।