ମୋମିତା ପରି ଏମାନେ କେମିତି ମରିଲେ ତାର ଦୋଷି କୁ ତ ଫାଶୀ ହେଲାନାହିଁ କଣ ପାଇ ସରକାର ଚୁପ? କାହିଁକି ଏ ଭଳି ରାକ୍ଷାସ ଙ୍କୁ ଦଣ୍ଡ ମିଳୁନି କ’ଣ ଝିଅ ମାନଙ୍କୁ ସ୍ବପ୍ନ ଦେଖିବା ମନା ମୁଁ ଜାଣିନାହିଁ କି ଆଗ କୁ ଆଉ କେତେ ଝିଅ ଙ୍କୁ ମାରିବା ପରେ ଏ ରାକ୍ଷସ ମାନଙ୍କ ଶୋଷ ମେଣ୍ଟିବ । ଚାଲି ଗଲା ଆଉ ଗୋଟିଏ ଝିଅ ର ଜୀବନ, ସତରେ ସେ ବିଚାରି ତାର ଭୁଲ ବି କଣ ଥିଲା??? ସତୀତ୍ଵ ର ପରୀକ୍ଷା ରେ ହାରିଗଲା, ନ୍ୟାୟ ର ଭିକ୍ଷା ମାଗିଥିଲା ହେଲେ ପେଟ୍ରୋଲ ର ବାସ୍ନା ମିଳିଲା !!! ସତ କଥା ହେଲା ଆମେ ଝିଅ, ଆମର ଝିଅ ହେଇକି ଜନ୍ମ ହେବା ଭୁଲ ନୁହେଁ, ଭଗବାନ ଗଢ଼ିବା ଶୈଳୀ ହିଁ ଭୁଲ। ଛାତି ରେ ବକ୍ଷ, ଆଉ ସଂସାର ବଢିବା ପାଇଁ ଯୌନ ଦେବ ହିଁ ଭଗବାନ୍ ଙ୍କ ଭୁଲ୍। ଆମ ଜୀବନ ସମାଜରେ ପଇସା ର ମୂଲ୍ୟ ସହ ସମାନ । ମୁଁ ଅନୁରୋଧ କରିବିକି ଆମ ସମସ୍ତଙ୍କ ମଧ୍ୟ ଘରେ ଝିଅ ଅଛନ୍ତି ଆଉ ସେମାନଙ୍କ ପାଇଁ ଥରେ ଚିନ୍ତା କରନ୍ତୁ ଆମ ସମାଜରେ ନ୍ୟାୟ କୁ ତ ବର୍ତ୍ତମାନ ଯୁଗରେ ପଇସା ସହ ତୁଳନା କରାଯାଉଛି ସମସ୍ତେ ଜଣେ ଜଣେ ନିଜର ନାଗରିକ ହିସାବରେ ଅନ୍ତତଃ ନିଜର ଦାୟିତ୍ଵ ତୁଳାଅ ଆଉ ଆମ ଦେଶ ଭାରତ ସ୍ବାଧୀନ ପାଇବାର ମୂଲ୍ୟ ରଖ । ଆଗକାଳରେ ଝିଅ ମାନଂଙ୍କୁ ନିଜର ସ୍ବପ୍ନ ପୂରଣ କରିବାର ସୁଜଗ ମିଳୁନଥିଲା କିନ୍ତୁ ବର୍ତ୍ତମାନ ନିଜ ସ୍ଵପ୍ନ ପୁରଣ କରିବାକୁ ଯାଇ ଜୀବନକୁ ବାଜି ଲଗାଇବାକୁ ପଡୁଛି ସମସ୍ତେ ଖାଲି ପାଠ ପଢୁଛନ୍ତି ପାଠର ମୂଲ୍ୟ ଏଯାଏ ଜନିପରିଲେନି ସେପରି ପାଠ ପଢିବାର ମୂଲ୍ୟ ବା କଣ? ଯେତେବେଳେ ଗୋଟେ ନାରୀ ଆଗକୁ ବଢିବ ସେତେବେଳ ସମାଜ ଆଗକୁ ବଢିବ ତୁମେ ମାନେ କଣ ଏତିକି ବୁଝିପାରୁନାହଁ, ତୁମେ ମାନେ ଯଦି ରାକ୍ଷସ ପରି ହେବ ତାହେଲେ ନାରୀ କେଉଁ ଜାଗାରେ ଆଉ ସୁରକ୍ଷିତ ରହିବ କଣ ସେମାନଙ୍କ ଜନ୍ମ ହେବା ଭୁଲ। କିନ୍ତୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେପରି ଆମ ସମାଜରେ ଏପରି କିଛି ଘଟଣା ନହେବା ପାଇଁ ଆମ ସମାଜରେ ଯେତେେଳେ କୌଣସି ସରକାର କିଛି କରିପାରିଲେ ନାହିଁ ସେଇଟା ଆମେ ସମସ୍ତେ ମିଶି ପୁରଣ କରିବା ଝିଅ ମାନଂକ ସୁରକ୍ଷିତ ପାଇଁ ଏକ article ଆଣିବା ଆଉ ଏକ emergency ନମ୍ବର ରଖିବା ଯାହାଫଳରେ ସେ ନିଜର ସୁରକ୍ଷା କରିପାରିବ ଏମିତି ଏକ article ଆସିବା ଦରକାର ଲୋକମାନେ ଶୁଣିଲେ ଡରିବେ ଆଉ ଝିଅ ମାନଙ୍କୁ ଛୁଇଁବା ପୂର୍ବରୁ ସହେଥର ଚିନ୍ତା କରିବେ। ଏଇଟା କେବଳ ଜଣେ ଭାବିଲେ ହେବନି ସମସ୍ତେ ଏକଜୁଟ ହେଇକି କାମ କରିଲେ ହେବ ଆମ ଇଣ୍ଡିଆ ଯେହେତୁ ଗଣତନ୍ତ୍ର ଶାସନ ତେଣୁ ସେ ଶାସନ ଭାର ଲୋକ ମାନଙ୍କୁ ହିଁ ଉଠେଇବାକୁ ପଡିବ। ଯଦି ସମସ୍ତେ ନିଜ ଭଉଣୀ, ମାଆ ରୁପରେ ଦେଖିବାକୁ ଚାହୁଁଛ ତାହେଲେ ସମସ୍ତେ ଏହି କାମ ପାଇଁ ସହଯୋଗ କରିବ ତା ନହେଲେ ସମାଜର ରୂପ ଚିତ୍ର ଆଗକୁ ଯାହା ହେବା ଅପେକ୍ଷାରେ ରୁହ…..