ଆତ୍ମୀୟ ସୁଖ ହିଁ ବାସ୍ତବ ସୁଖ ( Meaning of Real Happiness )

ଆତ୍ମୀୟ ସୁଖ ହିଁ ବାସ୍ତବ ସୁଖ ( Meaning of Real Happiness )

photo_2024-09-11_21-12-56-1 ଆତ୍ମୀୟ ସୁଖ ହିଁ ବାସ୍ତବ ସୁଖ ( Meaning of Real Happiness )

Author – ଶ୍ରୀଜୟ କୁମାର ସାହୁ

ସୁଖ ଭୌତିକ ବସ୍ତୁରୁ ମିଳିଥାଏ କିନ୍ତୁ ଆନନ୍ଦ ଏକ ଆତ୍ମୀୟ ବିଷୟ ଅଟେ | ଆମକୁ ଭୌତିକ ସୁଖକୁ ସାମିତ କରି ଆତ୍ମୀୟ ତଥା ଆଧ୍ୟାତ୍ମିକ ସୁଖକୁ ଗୁରୁତ୍ବ ଦେବାକୁ ହେବ। ସୁତରାଂ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ସାଧାରଣ ଜୀବନଚର୍ଯ୍ୟା ରେ ଏଭଳିଆ ପ୍ରବୃତ୍ତିକୁ ଆପଣାଇ ପାରିଲେ ପ୍ରକୃଷ୍ଟ ସୁଖର ଅଧିକାରୀ ହୋଇପାରିବେ । ଯଦ୍ବାରା ସମାଜ ସମ୍ପୂର୍ଣ ରୂପେ କଳଙ୍କ ଶୂନ୍ୟ ରହିବ ।


ଆତ୍ମୀୟ ସୁଖ ହିଁ ବାସ୍ତବ ସୁଖ

ଯେତେବେଳେ ସକ୍ରେଟିସଙ୍କ ‘ଜ୍ଞାନ’ ସିଦ୍ଧାନ୍ତ କଥା ଆସେ, ସେତେବେଳେ ସକ୍ରେଟିସ ଜ୍ଞାନ ଅର୍ଥାତ ‘ବାସ୍ତବ ଜ୍ଞାନ ପ୍ରାପ୍ତି କଥା କୁହନ୍ତି । ମନକୁ ଆସେ “ବାସ୍ତବ ଜ୍ଞାନ” ପୁଣି କ’ଣ? କ’ଣ ଭୌତିକ ଜଗତରେ ବାସ୍ତବ ଜ୍ଞାନ ପ୍ରାପ୍ତି ସମ୍ଭବ? ବାସ୍ତବ ଜ୍ଞାନ କହିଲେ ବିଷୟଗତ, ଇଶ୍ବରୀୟ ନା କୌଣସି ଏକ ବିଚାର ସମ୍ବନ୍ଧୀୟ? ‘ବିଚାର’ କ’ଣ? ତେବେ ଯାଇ ବାସ୍ତବ ଜ୍ଞାନ କ’ଣ ତାହା ବୁଝିପାରିବା । ଏମିତି ବି ଈଶ୍ବର ମଧ୍ୟ ଏକ ‘ବିଚାର’ । ସେତେବେଳେ ହଠାତ୍ ପ୍ରଶ୍ନ ଆସେ ଈଶ୍ବର ଏକ ‘ବିଚାର’ କାହିଁକି? କାହିଁକି ନା ଈଶ୍ବରଙ୍କୁ ଆମେ ଆମ ଇନ୍ଦ୍ରିୟ ସାହାଯ୍ୟରେ ଦେବୀପାରୁ ନାହୁଁ । ଆମେ ଈଶ୍ବରଙ୍କୁ କେବଳ ଅନୁଭବ କରିପାରୁ। ଅତ ଏକ ଈଶ୍ବରବା ‘ବିଚାର’କୁ ଆମେ ଇନ୍ଦ୍ରିୟ ନୁହେଁ ବରଂ ନିଜ ଅନ୍ତରାତ୍ମାରୁ ବୁଝିପାରୁ । ଏହାର ଏକ ସର୍ବୋକୃଷ୍ଟ ଉଦାହରଣ ହେଲେ ହିନ୍ଦୁ କବି ତଥା ଗାୟକ ସୁରବାଶ’। ସେ ଦୃଷ୍ଟିହୀନ ହେଲେ ହେଁ ଯେଉଁଭଳି ଶ୍ରୀକୃଷ୍ଣଙ୍କ ଦର୍ଶନା କରିଛନ୍ତି, ସତେଯେମିତି ସେ ଅତି ନିକଟରୁ ଭଗକାନଙ୍କୁ ଦେଖୁଛନ୍ତି । ଅତଏବ ସୁରଦାଶ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନା ପାଇଁ ଯେଉଁ ଦୃଷ୍ଟିର ପ୍ରୟୋଗ କରିଥିଲେ, ତାହା ବରଂ ଅନ୍ତରାତ୍ମାର ଦୃଷ୍ଟି ।

ସର୍ବପ୍ରଥମେ ଜାଣିବା କହିପାରିବା ଯେ ଭାବେ ଭଗବାନ ଚର୍ମ ଦୃଷ୍ଟି ନୁହେଁ, ଦେଇପାରିବ ନାହିଁ।

ପ୍ଲାଟୋ ତାଙ୍କ ‘ବିଚାର’ ସିଦ୍ଧାନ୍ତରେ ଯେଉଁ ‘ବାସ୍ତବତା’ର ଶବ୍ଦ ବ୍ୟବହାର କରିଛନ୍ତି ତାହା ଆମେ ରହୁଥ‌ିବା ଭୌତିକ ଜଗତ ପାଇଁ। ସାଧାରଣତଃ ଆମେ ଯେଉଁ ଜଗତରେ ରହୁ ଏବଂ ଯାହା ଦେଖୁ, ସ୍ପର୍ଶ କରୁ ତାକୁ ହିଁ ଆମେ ବାସ୍ତବ ବୋଲି ଭାବୁ । କିନ୍ତୁ ପ୍ଲାଟୋ କହନ୍ତି ଏହା ହେଉଛି ‘ବିଚାର’ର ଦୁନିଆ। ତାଙ୍କ ମତରେ ଭୌତିକ ଜଗତକୁ ଆମେ ସେ ପର୍ଯ୍ୟନ୍ତ ବୁଝିପାରିବା ନାହିଁ ଯେ ପର୍ଯ୍ୟନ୍ତ ଆମେ ଏହି ଜଗତ ପଛର ଅସଲ ରହସ୍ୟକୁ ଜାଣିପାରି ନାହାନ୍ତି। କାରଣ ଭୌତିକ ବସ୍ତୁରେ ‘ସମ୍ପୂର୍ଣ୍ଣ ବିଚାର’ ଆସିନଥାଏ। ବିଚାର ସ୍ଥାୟୀ କିନ୍ତୁ ଭୌତିକ ବସ୍ତୁ ସମୟାନୁସାରେ ପରିବର୍ତନଶୀଳ। ସେଥ‌ିପାଇଁ ଆମେ କୌଣସି ପ୍ରକାର ଭୌତିକ ବସ୍ତୁ ମଧ୍ୟରେ ସମ୍ପୂର୍ଣ ବିଚାର ପାଇପାରିବା ନାହିଁ। ଯେଭଳି ଆମେ ଆମ ଅସଲି “ମିତ୍ର’କୁ ଜାଣିବାକୁ ଚାହିଁଲେ ଆମକୁ ତାର ବାହ୍ୟ ରୂପ ବା ମିଠା କଥା ଦୁଇ ପଦ ଶୁଣିଳି ବୁଝିଗଲେ ହେବନି ବରଂ ତାର

ଆତ୍ମାକୁ ମଧ୍ୟ ସେତିକି ପରିମାଣରେ ବୁଝିବାକୁ ହେବ। କାରଣ ବେଳେ ବେଳେ ଆମ ଜୀବନରେ ଏମିତି କିଛି ମଣିଷ ମିତ୍ର ରୂପରେ ଆସନ୍ତି, କିନ୍ତୁ ଅନ୍ତରରୁ ସେମାନେ ଆମ ପ୍ରତି ପ୍ରବଳ ଈର୍ଷା ଓ ବିଦେଷ ଭରି ରଖୁଥାନ୍ତି।

ପ୍ଲାଟୋ ‘ଏଥେନ୍ସ’ରେ ଜନ୍ମ ନେଇଥିଲେ। ପ୍ରାଚୀନ କାଳରେ ଏଥେନ୍ସ ଗୋଟାଏ ନଗର-ରାଜ୍ୟ” ଥିଲା। ପ୍ରାଚୀନ ଗ୍ରୀସର ସବୁ ନଗର-ରାଜ୍ୟଠାରୁ ଏଥେନ୍ସ ଉନ୍ନ‌ତ ଥିଲା । ଧୂରେ ଧୂରେ ଏଥେନ୍ସର ପତନ ଆରମ୍ଭ ହେଲା I ପ୍ଲାଟୋ ଜାଣିବାକୁ ଚେଷ୍ଟା କଲେ ଯେ କାହିଁକି ଏଥେନ୍ସ ପତନାଭିମୁଖ୍ ହେଉଛି? ସେ ଜାଣିପାରିଲେ ଯେ, ଏହାର ମୂଳରେ ଏଥେନ୍ସର କ୍ଷମତାସୀନ ଗୋଷ୍ଠୀ ଅଜ୍ଞାନ ବଶତଃ କ୍ଷମତା ଏବଂ ଟଙ୍କା ପଛରେ ଦୌଢ଼ୁଥ‌ିବା ଜାଣିବାକୁ ପାଇଲେ। ସେମାନେ ବୋଧେ ବୁଝିପାରିନାହାନ୍ତି ଯେ ଶାସକଙ୍କ ପାଇଁ ପ୍ରକୃଷ୍ଟ ସୁଖ କ’ଣ? ରାଜ୍ୟ ଏବଂ ବ୍ୟକ୍ତି ମଧ୍ୟରେ ଯେଉଁ ଅବିଚ୍ଛିନ ନିବିଡ଼ ସମ୍ପର୍କ ରହିଛି ତାକୁ ଦେଖ୍ ପ୍ଲାଟୋ କୁହନ୍ତି “ରାଜ୍ୟ ବ୍ୟକ୍ତିର ବୃହତ୍ ରୂପ ଅଟେ ।“ ଯଦି ରାଜ୍ୟକୁ ଠିକ୍ ଭାବେ ଚଳାଯିବ ନାହିଁ କିମ୍ବା ରାଜ୍ୟର ଲୋକେ ସଜୋଟ ନ ହେବେ ତେବେ କେବେ ମଧ୍ୟ ଉତ୍ତମ ରାଜ୍ୟ କିମ୍ବା ଉତ୍ତମ ମଣିଷର ପରିକଳ୍ପନା କରାଯାଇପାରିବନି। ଏଣୁ ଏକ ଅଜ୍ଞାନୀ ବ୍ୟକ୍ତି/ ଶାସକ କ୍ଷମତାନ୍ଧ ହୋଇ ନ୍ୟାୟ

ମହାତ୍ମା ବୁଦ୍ଧଙ୍କ ପାଖରେ ଯେତେ ପର୍ଯ୍ୟନ୍ତ ଧନ ବା ବୈଭବ ଭରି ହୋଇଥିଲା ସେତେ ପର୍ଯନ୍ତ ତାଙ୍କର ପ୍ରସିଦ୍ଧି ବା ଶାସନ ସୀମିତ ଥିଲା। କିନ୍ତୁ ଯେତେବଳେ ବୁଦ୍ଧ ଭୌତିକ ସୁଖ ତ୍ୟାଗ କରିଦେଲେ ସେତେବେଳେ ସେ ଏମିତି ଏକ ମଣିଷ ହୋଇଗଲେ ଯାହାଙ୍କୁ ‘ଲାଇଟ ଅଫ୍ ଏସିଆ’ କୁହାଗଲା। ଆମେ “ଭୌତିକ ସୁଖ’କୁ ବାସ୍ତବ ସୁଖ ବୋଲି ଭାବୁଛନ୍ତି। ସେଥ‌ିପାଇଁ କଷ୍ଟ ପାଉଛନ୍ତି ଆଉ ନିଜକୁ ବାସ୍ତବିକ ସୁଖ ପ୍ରାପ୍ତି ଠାରୁ ଦୂରେଇ ରଖ୍ କୂପମଣ୍ଡୁକ ଭଳି ଜିଉଁଛନ୍ତି I କୂପ ବାହାରର ଦୁନିଆଁକୁ ଆଦୌ ଦେଖାରୁ ନାହାଁନ୍ତି। କୂପ ଭିତରଟା ହିଁ ବାସ୍ତବ ହୁନିଆ ଭାବୁଛନ୍ତି । ପ୍ଲାଟୋ ନିଜ ଶିଷ୍ୟ ମାନଙ୍କୁ ବିଭିନ୍ନ ଶିକ୍ଷା ‘କାହାଣୀ’ ମାଧ୍ୟମରେ ବୁଝାଇଥିଲେ। ସେ ଏକ ‘ଗୁମ୍ଫାର କାହାଣୀ ମାଧ୍ୟମରେ ନିଜ ବିଚାରକୁ ଆଉଟିକେ ସରଳିକୃତ କରିଦେଲେ । ପ୍ଲାଟୋ କୁହନ୍ତି, ଧରି ନିଅନ୍ତୁ ଏକ

ଗୁମ୍ଫା ଅଛି । କିଛି ବ୍ୟକ୍ତିଙ୍କୁ ଗୁମ୍ଫା ଭିତରେ ଲୌଡ ଶୃଙ୍ଖଳରେ ବାନ୍ଧି ରଖାଯାଇଛି । ଯେମିତି ସେମାନେ ଗୁମ୍ଫା ବାହାରକୁ ନୂ ନ ନ ବାହାରି ପାରିବେ । ସେମାନଙ୍କ ମୁହଁ ଗୁମ୍ଫାର କାନ୍ଥ ପଟେ ରହିଛି ଏବଂ ସେମାନଙ୍କ ପୃଷ୍ଠଭାଗ ଗୁମ୍ଫାର ପ୍ରବେଶ ଦ୍ବାର ପଟକୁ ରହିଛି। ଗୁମ୍ଫା ବାହାରେ ସୂର୍ଯ୍ୟ ଅଛନ୍ତି । ଯାହାକୁ ଆମେ ଜ୍ଞାନ ବା ଇଂରାଜୀରେ Enlightenment ଭାବେ ବୁଝିଆର । ଏଭଳି ସମୟରେ ଜଣେ ବ୍ୟକ୍ତି କୌଣସି ପ୍ରକାରେ ନିଜକୁ ଶୃଙ୍ଖଳରୁ ମୁକ୍ତ କରି ଗୁମ୍ଫା ବାହାରକୁ ଚାଲିଆସେ। ଯେତେବେଳେ ସେ ଆସି ବାହାର ଦୁନିଆଁକୁ ଦେଖେ ତ ଅସଲ ସତ୍ୟକୁ ଚିହ୍ନିପାରେ। ଗୁମ୍ଫାର ରାସ୍ତା ଦେଇ ଯାଇଥିବା ପ୍ରାଣୀର ଛାୟାକୁ ଯେଉଁ ବାସ୍ତବ ବୋଲି ଭାବୁଥିଲା ତାହା ବାସ୍ତବତା ନଥିଲା ବରଂ ବାସ୍ତବତାର ଛାୟା ମାତ୍ର ଥିଲା । ଠିକ୍ ସେଭଳି ଆମେ ଯେ ପର୍ଯ୍ୟନ୍ତ ଅଜ୍ଞାନର ବେଡିରୁ ନିଜକୁ ମୁକ୍ତ ନ କରି ଅସଲ ଜ୍ଞାନ ବା ସତ୍ୟ ସହ ପରିଚିତ ହୋଇନାହାନ୍ତି, ସେପର୍ଯ୍ୟନ୍ତ ଆମକୁ ଜଣାପଡ଼ିବ ନାହିଁ ଯେ ବାସ୍ତବତା କ’ଣ? ଅନ୍ୟଥା ଆମ ଜୀବନ ଗୁମ୍ଫା ଭିତର ର ମଣିଷ ତଥା କୂପମଣ୍ଡୁକ ସମାନ ରହିବା ।

ପ୍ଲାଟୋ ଏବଂ ସକ୍ରେଟିସ ଉଭୟଙ୍କ ମତରେ ବିଷୟଗତ ଜ୍ଞାନ ଅପେକ୍ଷା ବାସ୍ତବ ଜ୍ଞାନ ଦେବାର ପ୍ରଚଣ୍ଡ ଆବଶ୍ୟକ‌ତା ଅଛି । ବ୍ୟକ୍ତି ମଧ୍ୟରେ ଆତ୍ମ ଜ୍ଞାନର ଭରପୁର ସମ୍ପାଦନା ଅଛି କିନ୍ତୁ ଏହାକୁ ଏକ ସଠିକ ଦିଶାର ଆବଶ୍ୟକ‌ତା ରହିଛି । ଜଣେ ଗୁରୁ ହିଁ ଶିଷ୍ୟକୁ ଘୋର ଅନ୍ଧକାରରୁ ଆଲୁଅକୁ ନେଇପାରିବ। ପ୍ଲାଟୋ ଏହା ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ, ଧନ କମେଇବା ବା କ୍ଷମତା ପଛରେ ଅହରହ ଦୌଡୁଥିବା ଶାସକ କେବେ ମଧ୍ୟ ଆଦର୍ଶ ଶାସକ ହୋଇପାରିବ ନାହିଁ । ଏଭଳି ଶାସକ ଦ୍ବାରା ଆମ ସମାଜ ମଧ୍ୟ ସଠିକ୍ ଦିଶାରେ ଅଗ୍ରଗତି କରିବ ନାହିଁ। କେହି କେହି ପ୍ରଶ୍ନ କରିବେ ଯେ କ’ଣ ଭୌତିକ ବସ୍ତୁ ମନୁଷ୍ୟ ସୁଖର ଆଧାର ନୁହେଁ କି?

କାହିଁକି ଆମେ ଭୌତିକ ବସ୍ତୁ ଅପେକ୍ଷା ଆମ୍ର ସୁଖ କୁ ଗୁରୁତ୍ବ ଦେବା? ଦିନେ ଏଭଳି ପ୍ରଶ୍ନ ମହାମ୍ ବୁଦ୍ଧ ଙ୍କ ସାମ୍ନାରେ ମଧ୍ୟ ଥିଲା । ସେ ଦେଖୁଥିଲେ, ଏଇ ଯେଉଁ ଜଗତ ଦେଖୁଛେ ସେଥିରେ କେବଳ ଦୁଃଖହିଁ ଭରି ରହିଛି। ଦୁଃଖ/ ପୀଡା ଆଦି ବୃଦ୍ଧାବସ୍ଥା, ରୋଗ ବା ମୃତ୍ୟୁ ଆକାରରେ ଉଭୟ ଧନୀ ଏବଂ ଗରିବଙ୍କୁ ସମାନ ରୂପେ ଆସିଥାଏ। ଯଦି ଏହା ଘଟୁଛି ତେବେ କାହିଁକି ଆମେ ଆମ୍ ସନ୍ତୁଷ୍ଟିକୁ ଅଣଦେଖା କରି ଆତ୍ମାକୁ ଆଘାତ ପହଞ୍ଚାଇ ଧନ ପଛରେ ଧାଇଁବା? ଆମେ ନିଜେ ନିଜକୁ ବାସ୍ତବିକ ସୁଖଠାରୁ କାହିଁକି ଅଲଗା ରଖୁବା? ଗାନ୍ଧା ଆଧୁନିକ ସଭ୍ୟତାର ବଡ଼ ସମାଲୋଚକ

ଥିଲେ । ଭୌତିକବାଦୀ ଯୋଗୁଁ ଭାରତରେ ଆଜି ମଧ୍ୟ ଅଧିକାଂଶ ଲୋକଙ୍କୁ ଦୁଇଓଳି ପେଟପୂରା ଖାଇବାକୁ ମିଳିପାରୁ ନାହିଁ। ଅନ୍ୟପଟେ କିଛି ଲୋକଙ୍କ ଖାଦ୍ୟର ମନ ପସନ୍ଦ ତାଲିକା ରହିଛି। ଗାନ୍ଧୀ ଏହି ଭୌତିକବାଦୀ ସୁଖକୁ ଇଙ୍ଗିତ କରି କୁହନ୍ତି “ଆବଶ୍ୟକ‌ତା ପାଇଁ ଯଥେଷ୍ଟ କିନ୍ତୁ ଲୋଭ ପାଇଁ ଯଥେଷ୍ଟ ନୁହେଁ” । ବହୁତ ଲୋକ ଗରିବ ଅଛନ୍ତି କାରଣ କିଛି ଲୋକଙ୍କ ପାଖରେ ଧନ ଭରପୁର ମାତ୍ରାରେ ଠୁଳ ହୋଇ ରହିଛି। ଆମମାନଙ୍କ ନିଦ ହଜିଯାଇଛି କିଭଳି ଆମେ ଦାମିକିଆ ଗାଜି ଚଢିବା, ପ୍ଳଟ ଉପରେ ପ୍ଳଟ କିଣିବା, ବ୍ୟାଙ୍କ ବାଲାନ୍ସ ରଖିବା, ବିବାହକୁ ଅବିସ୍ମରଣୀୟ କରିବା, ଦାମିକିଆ ପୋଷାକ ପିନ୍ଧିବା ତଥା ସମାଜର ଏକ ପ୍ରତିଷ୍ଠିତ ସ୍ତରରେ ପହଞ୍ଚି ଉପରକୁ ଉପରକୁ ଉଠିବା, ଆଉ ନିଜ ସ୍ଥାନ ଧନୀରେ କେଉଁଠି ତାହା ଲୋକଙ୍କ ମୁହଁରୁ ଶୁଣିବାକୁ ଅପେକ୍ଷା କରିବା। ଏହା ହେଉଛି ଭୌତିକ ନିଶା, ଯାହା ସମ୍ପୂର୍ଣ ଅବାସ୍ତବ ଏବଂ ଅଜ୍ଞାନତାର କୁ- ପରିଣାମ।

ସୁଖ ଭୌତିକ ବସ୍ତୁରୁ ମିଳିଥାଏ କିନ୍ତୁ ଆନନ୍ଦ ଏକ ଆତ୍ମୀୟ ବିଷୟ ଅଟେ । ଆମକୁ ଭୌତିକ ସୁଖକୁ ସୀମିତ କରି ଆତ୍ମୀୟ ତଥା ଆଧ୍ୟାତ୍ମିକ ସୁଖକୁ ଗୁରୁତ୍ବ ଦେବାକୁ ହେବ। ସୁତରାଂ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ସାଧାରଣ ଜୀବନଚର୍ଯ୍ୟା ରେ ଏଭଳିଆ ପ୍ରବୃଦ୍ଧିକୁ ଆପଣାଇ ପାରିଲେ ପ୍ରକୃଷ୍ଟ ସୁଖର ଅଧିକାରୀ ହୋଇପାରିବେ। ଯଦ୍ବାରା ସମାଜ ସମ୍ପୂର୍ଣ ରୂପେ କଳଙ୍କ ଶୂନ୍ୟ ରହିବ।

Share this content:

Post Comment