×

ଜୀବନ ଯୁଦ୍ଧରେ ହାରିଗଲେ ଏଫ୍ଏ.ମ୍ କଲେଜ୍ ଛାତ୍ରୀ

ଜୀବନ ଯୁଦ୍ଧରେ ହାରିଗଲେ ଏଫ୍ଏ.ମ୍ କଲେଜ୍ ଛାତ୍ରୀ

 

 

ମିଳିମିଶି ସମସ୍ତେ ଗୋଟିଏ ଜୀବନ ଦୀପକୁ ଲିଭାଇ ଦେଲେ। କେହି କିଛି ଶୁଣିଲେ ନାହିଁ ।

 

ସମସ୍ତଙ୍କ ପାଖରେ ସମସ୍ତଙ୍କ ଜାଣତରେ ସେ ଗୁହାରୀ କରିଥିଲେ। ପାଠପଢିବାକୁ ଆସିଥିବା କଲେଜରେ କିଭଳି ଅଧ୍ୟାପକ ଅସଦ ଅନୁଗ୍ରହ ଚାହୁଁଛନ୍ତି ଓ ରାଜି ନହେବାରୁ କିପରି ପ୍ରତ୍ୟେକ ସମୟରେ ହଇରାଣ ହରକତ କରୁଛନ୍ତି। ତାହା ଗୋଟି ଗୋଟି ଗାଟି କରି ଜଣାଇଥିଲେ ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀ, ଦେଶର ଶିକ୍ଷାମନ୍ତ୍ରୀ, ରାଜ୍ୟର ଶିକ୍ଷାମନ୍ତ୍ରୀ, ସାଂସଦ, ଜିଲ୍ଲାପାଳ, ଏସପି, ଶିକ୍ଷା ନିର୍ଦ୍ଦେଶକ ଓ ଗଣମାଧ୍ୟମ ଧମ ସମସ୍ତଙ୍କ ନିକଟରେ ଅନୁରୋଧ ଜଣାଇଥିଲେ । ଅସହାୟ ହୋଇ ସୁରକ୍ଷାର ଭିକ୍ଷା ମାଗିଥିଲେ। କିନ୍ତୁ କେହି କଣ୍ଠପାତ କଲେନାହିଁ । ଶେଷରେ ଏକା ଏକା ଲଢି ଲଢି ଜୀବନ ଯୁଦ୍ଧରେ ସେ ହାରିଗଲେ।

 

ସେ ତ ଝିଅଟିଏ, ଆଉ କେତେ ବା ଲଢିପାରିଥା’ନ୍ତେ ? ୬ମାସ କାଳ ଏକା ଏକା ଲଢିଲେ। ପରିବାର ମଧ୍ୟ ଆଗକୁ ବାହାରିଲା ନାହିଁ। ସାଙ୍ଗସାଥୀ ସାଙ୍ଗରେ ଥିଲେ କିନ୍ତୁ କିଛି କରିପାରିଲେନି । ପ୍ରଥମେ ନିଜ ଶିକ୍ଷାନୁଷ୍ଠାନର ମୁଖ୍ୟ ବା ପ୍ରିନ୍ସିପାଲଙ୍କୁ ଜଣାଇ ଥିଲେ। କଲେଜରେ ଥ‌ିବା କମିଟି ନିକଟରେ ଆପରି ଦର୍ଶାଇଥିଲେ। ବିଚାର ହୋଇଥୁଲା ମାତ୍ର ନ୍ୟାୟ ମିଳିଲାନି। ନିରାଶ ଓ ହତାଶ ହୋଇ ଥରେ ଜୀବନ ହାରିବାକୁ ଉଦ୍ୟମ କଲେ। ସେଥ୍‌ରେ ସଫଳ ହେଲେନି। ପୁଣି ଲଢିଲେ। କିନ୍ତୁ ହାରିଗଲେ।

 

ସୌମ୍ୟାଶ୍ରୀ ଯଦି ତୁମ ଝିଅ ହୋଇଥା’ନ୍ତା ? ଯଦି ତୁମ ଭଉଣୀ ହୋଇଥା’ନ୍ତା ? ତାହାହେଲେ କ’ଣ ତୁମେ ତା’ର ଅଭିଯୋଗକୁ ଅଣଦେଖା କରିଥା’ନ୍ତ ? ଉଚ୍ଚଶିକ୍ଷିତ ଥିଲେ ସେ। ଇଣ୍ଟିଗ୍ରେଡ ବିଇଡିର ଛାତ୍ରୀ ଥିଲେ। ସାମାଜିକ ଓ ରାଜନୈତିକ ଜୀବନ ପଥରେ ନେତୃତ୍ବ ନେବାର ଏକ ଅଭିଳାଷ ମଧ୍ୟ ରଖିଥିଲେ। ଯେଉଁଥିପାଇଁ ଅଖୁଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଭଳି ଛାତ୍ର ସଂଗଠନରେ ସାମିଲ ହୋଇଥିଲେ। କାର୍ଯ୍ୟକର୍ତ୍ତା ହୋଇଥିଲେ। ସେହି ସଂଗଠନ ମଧ୍ୟ ତାଙ୍କ ସହ ନ୍ୟାୟର ଲଢେଇ ଲଢି ପାରିଲାନାହିଁ। ତାଙ୍କୁ ନ୍ୟାୟ ଦେଇପାରିଲାନାହିଁ।

 

ଏବେ କିଏ ଦାୟୀ ?

 

ଏବେ ସବୁ କୁମ୍ଭୀର କାନ୍ଦଣା। ସରକାର-ପ୍ରଶାସନ- ରାଜନେତା-ସଂଗଠନ ସମସ୍ତେ କାନ୍ଦୁଛନ୍ତି କି ? କିନ୍ତୁ କାହାରି ଆଖୁରେ ଯେମିତି ଲୁହନାହିଁ । କ’ଣ ପାଇଲେ । ସୌମ୍ୟାଶ୍ରୀ ? କିଏ ଦେଲା ତାଙ୍କୁ ନ୍ୟାୟ ? କାହାର କ’ଣ ସେ ଦୋଷ କରିଥିଲେ ? ଜଣେ ଯୌନ ପୀପାସୁ ଅଧ୍ୟାପକଙ୍କ କାମନାର ବାସନାରେ ସ‌ହ‌ମତ ହେଲେନି ବୋଲି ଏତେବଡ ଦଣ୍ଡ ପାଇଲେ କି ? କାହିଁକି ଘଟିଲା ?ଏଥିଲାଗି କିଏ ଦାୟୀ ?

 

ଜୁଲାଇ ୧୧ ୧ତାରିଖରେ ଖରେ ନିଜେ ଟ୍ଵିଟ କରି ସେ ତାଙ୍କର ଅଭିଯୋଗକୁ କେବଳ ଓଡ଼ିଶା ଭିତରେ ନୁହେଁ, କେନ୍ଦ୍ର ସରକା କାରଙ୍କ ପାଖରେ ମଧ୍ୟ ରଖି ରଖିଥିଲେ। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାଳୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଦେଶର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଲେଶ୍ବର ଜିଲ୍ଲାପାଳ, ବାଲେଶ୍ବର ଏସପି, ବା ବାଲେଶ୍ବର ବିଧାୟକ ମାନସ ଦତ୍ତ, ଜାତୀୟ ମହିଳା କମିଶନ ସମସ୍ତଙ୍କୁ ଅଭିଯୋଗ କରିଥିଲେ।

 

ଅଭିଯୋଗରେ ଫଟୋ ଦେଇଥିଲେ। ଲିଖୁତ ଗୁହାରୀ କରିଥିଲେ ଓ ସିଧାସଳଖ ଅଭିଯୁକ୍ତ ଅଧ୍ୟାପକଙ୍କ ଫଟୋ ରଖ୍ ନ୍ୟାୟ ଚାହିଁଥିଲେ। ବାଲେଶ୍ବର ସାଂସଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଭେଟି ସବୁ କଥା ଜଣାଇଥିଲେ ଏବଂ ସେ ମଧ୍ୟ ଏସପିଙ୍କୁ କଥା ହେବେ ବୋଲି କହିଥିଲେ। ଥାନାକୁ ଯାଇ ନିଜେ ଲିଖିତ ଅଭିଯୋଗ କରିଥିଲେ। ଥାନା ଆଇଆଇସିଙ୍କୁ ଭେଟିଥିଲେ ଓ ଅତିରିକ୍ତ ଏସପିଙ୍କୁ ମଧ୍ୟ ଭେଟିଥିଲେ। କେହି ତାଙ୍କ ଅଭିଯୋଗକୁ ଗ୍ରହଣ କଲେ ନାହିଁ କିମ୍ବା ତାଙ୍କ କଥା ଶୁଣିଲେ ନାହିଁ।

 

ଶେଷରେ ଗଣମାଧ୍ୟମର ଆଶ୍ରା ନେଇଥିଲେ। ଜୁଲାଇ ୧ ତାରିଖର ସବୁ ଖବରକାଗଜରେ ବିସ୍ତୃତ ଭାବରେ ଏହି ଖବର ପ୍ରକାଶ ପାଇଥିଲା। ତଥାପି ସରକାର କିଛି ଶୁଣିଲେ ନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ କଲେନାହିଁ । ସମସ୍ତ ମୁଖ୍ୟ ଟିଭି ଚ୍ୟାନେଲରେ ତାଙ୍କ ଅଭିଯୋଗ ସେ ରଖିଥିଲେ। ମୂକ-ବଧୂର ଓ ଦୃଷ୍ଟିହୀନ ଶାସନ ଏବଂ ପ୍ରଶାସନ କିଛି କଲାନାହିଁ । ଶେଷରେ ସବୁ ଆଡୁ ନିରାଶ ହୋଇ ନିଜ ଦେହରେ ନିଜେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଏବଂ ଜଳିପୋଡି ପାଉଁଶ ହୋଇଗଲେ।

 

ଏବେ ଶୋକ ଓ ସମବେଦନାର ପ୍ରତିଯୋଗିତା। ରାତି ୧ଟା ୧ ମିନିଟରେ ମୁଖ୍ୟମନ୍ତ୍ରୀ ସେହି ଟ୍ଵିଟରରେ ଶୋକ ପ୍ରକାଶ କଲେ ଯେଉଁଠି ଜୁଲାଇ ୧ ତାରିଖରେ ସୌମ୍ୟାଶ୍ରୀଙ୍କ ଅଭିଯୋଗକୁ ଶୁଣିନଥିଲେ। ଠିକ ଗୋଟିଏ ମିନିଟ ପରେ ଦେଶର ଶିକ୍ଷାମନ୍ତ୍ରୀ ସେହି ଟ୍ଵିଟରରେ ଶୋକପ୍ରକାଶ ଯେଉଁଠି ଜୁଲାଇ ୧ ତାରିଖ ସେ ମଧ୍ୟ ସୌମ୍ୟାଶ୍ରୀଙ୍କ ଅଭିଯୋଗକୁ ଶୁଣିନଥ୍ ଥିଲେ। ପରେ ପରେ ସାରା ରାତି ଶାସନ ଗାଦିରେ ବସିଥ‌ିବା ନେତା ଓ ବିରୋଧ ରାଧୀ ଆସନରେ ନେତାଙ୍କ ଶୋକର ଟ୍ଵିଟ ଆସିଲା। ଲାଭ କ’ଣ ? କଲେ ଯେ

 

କିଏ ଫେରାଇ ଦେବ ସୌମ୍ୟାଶ୍ରୀଙ୍କ ଜୀବନ ? ଦାୟୀ କିଏ ପଚାରିବାର ଆବଶ୍ୟକ‌ତା ନାହିଁ I ପଚାରିବା ଅବା କାହାକୁ? କିଏ ବା ଉତ୍ତର ଦେବ ? ସେହି ଉତ୍ତରରେ କ’ଣ ଲାଭ ମିଳିବ ? ତଥାପି ଶାସନ- ପ୍ରଶାସନ ଓ ବ୍ୟବସ୍ଥାଧାରୀଙ୍କୁ ପ୍ରଶ୍ନଟିଏ-

 

ସୌମ୍ୟାଶ୍ରୀ ଯଦି ସତରେ ତୁମ ଝିଅ ହୋଇଥା’ନ୍ତା ତୁମେ କ’ଣ ଚୁପ ରହିଯାଇଥା’ନ୍ତ କି ???

 

Share this content:

Leave a Reply

wpChatIcon
wpChatIcon